Spread the love

ଭୁବନେଶ୍ବର, ରାଜ୍ୟରେ ମୌସୁମୀ ପ୍ରଭାବ ଯୋଗୁ ଆସନ୍ତା ୪ତାରିଖ ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ମୟୁରଭଞ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଭଳି କେନ୍ଦୁଝର ,ମୟୂରଭଞ, ଢେଙ୍କାନାଳ , କନ୍ଧମାଳ,ରାୟଗଡା ,ମାଲକାନଗିରି ଓ କୋରାପୁଟରେ ଝଡବର୍ଷା ସହ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା କାଲି ଗଜପତି, ଜଗତସିଂହପୁର ,କେନ୍ଦ୍ରାପଡା ଭଦ୍ରକ, ଯାଜପୁର, କେନ୍ଦୁଝର ,ମୟୂରଭଞ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆସନ୍ତା ୫ ତାରିଖ ଯାଏଁ ସ୍ବଳ୍ପରୁ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here