Spread the love

ମୁୁମ୍ବାଇ
ଆଜି ସୁପ୍ରିମକୋର୍ଟ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାରରେ ରୁଜୁ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନର ଶୁଣାଣୀ କରିବେ । ତେବେ ଏପରି ସମୟରେ ସୁଶାନ୍ତଙ୍କ ପିତା କେକେ ସିଂହଙ୍କ ସହ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଆଲୋଚନାର ଏକ ହ୍ୱାଟସଆପ ଚାଟ ଭାଇରାଲ ହେବାରେ ଲାଗିଛି । ଏହା ୨୦୧୯ନଭେମ୍ବର ୨୯ର ଘଟଣା । ଏଥିରେ କେକେ ସିଂହ ଶ୍ରୁତି ମୋଦିଙ୍କୁ କହୁଛନ୍ତି ଯେ ସୁଶାନ୍ତଙ୍କ ସବୁ କାମ ଏବଂ ତାଙ୍କୁ ମଧ୍ୟ ତୁମେ ଦେଖୁଛ ବୋଲି ମୁଁ ଜାଣିଛି । ସେ ବର୍ତ୍ତମାନ କିଭଳି ସ୍ଥିତିରେ ଅଛି ତାହା ଜାଣିବା ପାଇଁ କଥା ହେବାକୁ ଚାହୁଁଛି । ସୁଶାନ୍ତ ସହ କଥା ହୋଇଥିଲି । ସେ ବହୁତ ଚିନ୍ତିତ ଅଛି ବୋଲି କହୁଥିଲା । ଏବେ ତୁମେ ଭାବ ଯେ ଜଣେ ପିତାର କେତେ ଚିନ୍ତା ଥିବ ତାଙ୍କ ପାଇଁ । ଏଥିଯୋଗୁଁ ତୁମ ସହ କଥା ହେବାକୁ ଚାହୁଁଥିଲି । ଏବେ ତୁମେ କଥା ହେଉନଥିବାରୁ ମୁଁ ମୁମ୍ବାଇ ଯିବାକୁ ଚାହୁଁଛି । ଫ୍ଲାଇଟ ଟିକେଟ ପଠେଇ ଦିଅ । ଅପରପକ୍ଷେ କେକେ ସିଂହ ରିୟାଙ୍କ ସହ କଥା ହୋଇ କହିଛନ୍ତି ଯେ ମୁଁ ସୁଶାନ୍ତଙ୍କ ପିତା ଜାଣିବା ପରେ ତୁମେ କାହିଁକି କଥାବାର୍ତ୍ତା କଲ ନାହିଁ । ପ୍ରକୃତରେ କଥା କଣ । ସାଙ୍ଗ ଭାବେ ତାହାର ଯତ୍ନ ଏବଂ ଚିକିତ୍ସା କରୁଛ । ତେବେ ସୁଶାନ୍ତଙ୍କ ବିଷୟରେ ସମସ୍ତ ସୂଚନା ଜାଣିବା ମଧ୍ୟ ମୋର କର୍ତ୍ତବ୍ୟ । ଏଥିଯୋଗୁଁ କଲ କରି ମୋତେ ସମସ୍ତ ସୂଚନା ଦିଅ । ତେବେ ଏହି ହ୍ୱାଟସ ଆପ ଚାଟ ସମ୍ପର୍କରେ ରିୟା କିମ୍ବା ଶ୍ରୁତିଙ୍କ କୌଣସି ମନ୍ତବ୍ୟ ଆସିନାହିଁ ।

LEAVE A REPLY

Please enter your comment!
Please enter your name here