Spread the love

ନୂଆଦିଲ୍ଲୀ: ଆବଶ୍ୟକତା ଠାରୁ କମ୍ ଦିନରେ ସଫଳ ହୋଇଥିବା ଋଷ ଟୀକା କେତେଦୂର ଫଳପ୍ରଦ ହେବ ତାକୁ ନେଇ ଏବେ ବିଶ୍ଵର ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ପ୍ରଶ୍ନ ଉଠାଇଛନ୍ତି। ଋଷ ଟୀକା ପାଇଁ ଏଥି ମଧ୍ୟରେ ବିଶ୍ଵର ବିଭିନ୍ନ ଦେଶ ୧୦ ବିଲିୟନ ଟୀକା ନେବା ପାଇଁ ଆଗୁଆ ପଞ୍ଜୀକରଣ କରିସାରିଥିବା ବେଳେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାର ତରବରିଆ ବିକ୍ରିକୁ ନେଇ ପ୍ରଶ୍ନ ଉଠାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଟୀକା ମାନବ ପରୀକ୍ଷଣର ଦୁଇ ମାସ ଯାଇନଥିବା ବେଳେ ଏହାକୁ ସାର୍ବଜନୀନ କରିବା ଘଟଣାକୁ ନେଇ “ହୁ” ପକ୍ଷରୁ ପ୍ରଶ୍ନ କରାଯାଇଛି। ସେହିପରି ଆମେରିକାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୂପ ଭାବେ ଏହି ଟୀକାର ଫଳାଫଳକୁ ନେଇ ସନ୍ଦେହ ପ୍ରକାଶ କରାଯାଇଛି। ଏହିଭଳି ସ୍ଥିତିରେ ଏହି ଟୀକା ପ୍ରକୃତରେ କେତେଦୂର ଆଗକୁ ସଫଳ ହେବ, ତାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here