Spread the love

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏବେ ରାଜନୀତି ଜୋର ଧରିଲାଣି । ଗତ କିଛିଦିନ ହେବ ମହାରାଷ୍ଟ୍ର ଉପରେ କଙ୍ଗନା ରାନାୱତଙ୍କ ବୟାନ ଏବେ ରାଜନୈତିକ ଝଡବାତ୍ୟାର ରୂପ ନେଲାଣି । କଙ୍ଗନାଙ୍କ ବୟାନକୁ ଭିର୍ତ୍ତି କରି ଆଜି ଶିବସେନା ବଲିଉଡ ଖିଲାଡି ଯଥା ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିସାନା କରିଛନ୍ତି । ପାର୍ଟି ମୁଖପାତ୍ର ଏ ସଂପର୍କରେ ନିଜର ମତ ଦେଇ ଅଭିନେତ୍ରୀ କଙ୍ଗନାଙ୍କୁ କଡା ସମାଲୋଚନା କରିଛନ୍ତି ।ଏହାସହ କଙ୍ଗନା ମୁମ୍ବାଇ ପ୍ରତି ଦେଇଥିବା ମନ୍ତବ୍ୟରେ ପୁରା ବଲିଉଡ ଜଗତର ତାରକାମାନେ କାହିଁକି ଚୁପ ଅଛନ୍ତି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ଖାସ କରି ଅଭିନେତା ଅକ୍ଷୟ କୁମାରଙ୍କୁ ମୁମ୍ବାଇ ବହୁତ କିଛି ଦେଇଛି ତଥାପି ଏତେ ସବୁ ପରେ ସେ କାହିଁକି ଚୁପ ଅଛନ୍ତି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଅନ୍ୟପଟେ ବଲିଉଡ ତାରକାମାନେ ପାଣ୍ଡବଙ୍କ ଭଳି ମୁଣ୍ଡ ତଳକୁ ରଖିଛନ୍ତି ବୋଲି ସେ କହିଛନ୍ତି ।ବିଶେଷ ଭାବରେ ଅକ୍ଷୟ କୁମାରଙ୍କ ନାମକୁ ନେଇ ସେ ପ୍ରଶ୍ନ କରିଛନ୍ତି ଯେ ମୁମ୍ବାଇରେ ନାମ ଓ ଖ୍ୟାତି ଅର୍ଜନ କରିଥିବା ଅନ୍ୟ ବଲିଉଡ ଅଭିନେତାମାନେ କାହିଁକି ଚୁପ୍ ଅଛନ୍ତି? ମୁମ୍ବାଇ କେବଳ ଟଙ୍କା ରୋଜଗାର ପାଇଁ କି? ତେବେ ସାଂସଦ ସଞ୍ଜୟ ରାଉତ କଙ୍ଗନାଙ୍କ ପରେ ଏବେ ଅକ୍ଷୟ କୁମାରଙ୍କୁ ନିସାନା କରିଥିବା ଏହି ବିବୃତିରୁ ସ୍ପଷ୍ଟ ବାରି ହେଉଛି । ଅନ୍ୟପଟେ ଏଯାଏଁ ଅଭିନେତା ଅକ୍ଷୟ କୁମାରଙ୍କର କୌଣସି ମତ ସାମ୍ନାକୁ ଆସିନି ।

LEAVE A REPLY

Please enter your comment!
Please enter your name here