Spread the love

ନୂଆଦିଲ୍ଲୀ :ଆଜି ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ପ୍ରେସମିଟ ଆୟୋଜନ କରିଛନ୍ତି ।ମହାରାଷ୍ଟ୍ରରେ ଲାଗିଥିବା ବିବାଦ ନେଇ ଆଜି ସେ ମୁଁହ ଖୋଲିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସଠିକ ସମୟରେ ମୁଁ ଏହା ଉପରେ ପ୍ରତିକ୍ରିୟା ରଖିବି । ମୋ ନିରବତାକୁ କେହି ଦୁର୍ବଳତା ନ ଭାବନ୍ତୁ । ଯେ କୌଣସି ରାଜନୈତିକ ଝଡର ସମ୍ମୁଖିନ ହେବାକୁ ମୁଁ ପ୍ରସ୍ତୁତ ଅଛି । ଅନ୍ୟପଟେ ରାଜ୍ଯରେ କରୋନା ମୁକାବିଲା ନେଇ ଆଜି ଉଦ୍ଧବ ନୂଆ ଅଭିଯାନ ଘୋଷଣା କରିଛନ୍ତି । ଆସନ୍ତା ୧୫ରୁ ‘ମୋ ପରିବାର ମୋ ଦାୟିତ୍ବ’ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ସେ ପ୍ରେସମିଟରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here