Spread the love

ମୁମ୍ବାଇ
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା କୋଭିଡ କେୟାର କେନ୍ଦ୍ରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଟେଣ୍ଡାଣ୍ଟକୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନଭଘର ପୋଲିସ ଥାନାର ଇନ୍ସପେକ୍ଟର ସମ୍ପତ ପାଟିଲଙ୍କ ଅନୁଯାୟୀ ଜୁନ ମାସରେ ଏହି ଘଟଣା ଘଟିଥିଲା । ତେବେ ପୀଡିତା ୨୦ ବର୍ଷୀୟ ମହିଳା ଥାନାରେ ଅଭିଯୋଗ କରିବାରୁ ଶନିବାର ଏହି ଘଟଣା ସାମ୍ନାକୁ ଆସିଥିଲା । ମହିଳା ଅଭିଯୋଗରେ ଲେଖିଛନ୍ତି ଯେ ମିରା ରୋଡ ସ୍ଥିତ କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୧୧ ବର୍ଷୀୟ ସମ୍ପର୍କୀୟଙ୍କୁ ଦେଖିବାକୁ ଆସିଥିବାବେଳେ ଅଭିଯୁକ୍ତ ଏହି ଘଟଣା ଘଟାଇଥିଲା । ମହିଳା ସେହିି କେନ୍ଦ୍ରରେ ୧୧ ବର୍ଷୀୟ କରୋନା ଆକ୍ରାନ୍ତ ଶିଶୁଙ୍କ ସହ ଗୋଟିଏ ରୁମରେ ରହିଥିଲେ । ଆଟେଣ୍ଡାଣ୍ଟ ରାତିରେ ଗରମ ପାଣି ଦେବାକୁ ରୁମକୁ ଆସିଥିଲା ଏବଂ ପରେ ବଳାକ୍ରାର ଉଦ୍ୟମ କରିଥିଲା । କିନ୍ତୁ ମହିଳା ବିରୋଧ କରିବାରୁ ଶିଶୁକୁ ମାରିଦେବାକୁ ଧମକ ଦେଇ ଥିଲା । ସେ ମହିଳାଙ୍କୁ ଜୁନ ପ୍ରଥମ ସପ୍ତାହରେ ୩ ଥର ଦୁଷ୍କର୍ମ କରିଛି । ସେତେବେଳେ ହତ୍ୟା କରିବା ଭୟରେ ମହିଳା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିନଥିଲେ ।

LEAVE A REPLY

Please enter your comment!
Please enter your name here