Spread the love

ନୂଆଦିଲ୍ଲୀ : ରବିବାର କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି । ନିୟମିତ ଚୱନପ୍ରାଶ ଖାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ପ୍ରତେକ ଦିନ ହାଲୁକା ବ୍ୟାୟମ କରିବା ,ସାମର୍ଥ୍ୟ ମୁତାବକ ଯୋଗାସନ ଓ ଧ୍ୟାନ କରିବା, ପ୍ରତିଦିନ ମର୍ଣ୍ଣିଂ ଓ ଇଭିନିଂ ୱାକ କରିବା ସହ ତଟକା ଖାଦ୍ୟ ଖାଇବା, ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବା, ମାସ୍କ ପିନ୍ଧିବା ,ସାମାଜିକ ଦୂରତ୍ବ ପାଳନ କରିବା ସହ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆୟୂଷ ମେଡିସିନ ନେବାକୁ କୁହାଯାଇଛି. । ସ୍ବାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘରେ ଓ ଅଫିସ କାମ କରିପାରିବେ । ପ୍ରତିଦିନ ଶରୀରର ତାପମାତ୍ରା ,ରକ୍ତଚାପ ଓ ଡାଇବେଟିସ ମନିଟରିଂ କରିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here